ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହୋଇପାରନ୍ତି ଅଭିଜିତ୍ ମଜୁମଦାର

ଭୁବନେଶ୍ଵର: ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହୋଇପାରନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ନେଇ ଭୁବନେଶ୍ଵର ଏମ୍ସ ସହ ଆଲୋଚନା ଜାରି ରହିଛି । ଡାକ୍ତରୀ ଟିମ୍ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଉଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ନେବାକୁ ପ୍ରସ୍ତୁତ ରୁହନ୍ତୁ ।

ସେପଟେ ଭୁବନେଶ୍ୱର ଏମ୍ସ ଆସି ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଡାକ୍ତରୀ ଚିକିତ୍ସା ଚାଲୁ ରହିଛି । କିଡ୍‌ନି ଓ ଲିଭର ସମସ୍ୟା ଯାହା ରହିଥିଲା ବର୍ତ୍ତମାନ ସେଥିରେ ସୁଧାର ଆସୁଛି । ପରିଶ୍ରା ହେବାରେ ମଧ୍ୟ ଏବେ କୌଣସି ଜଟିଳତା ନାହିଁ । କିନ୍ତୁ କଥାବାର୍ତ୍ତା କରୁନାହାନ୍ତି ଅଭିଜିତ । ଡାକ୍ତରୀ ଟିମ୍ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି । ଆଉ ଅଧିକ ଚିକିତ୍ସା ଆବଶ୍ୟକ ହେଉଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ । ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଓଲିଉଡ୍ ସିଙ୍ଗର ଅଭିଜିତ୍ ମଜୁମଦାର। ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍ସ ସ୍ଥାନାନ୍ତର କରାଯାଇଥିଲା । ଏହା ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ୍। ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ କଟକର ଏକ ପ୍ରାଇଭେଟ ହସ୍ପିଟାଲରେ ଅଭିଜିତଙ୍କୁ ନିଆଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା ପରେ ସ୍ୱାସ୍ତ୍ୟାବସ୍ଥାରେ ସୁଧାର ଆସି ନ ଥିଲା। ଯେଉଁ କାରଣରୁ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।