ସୁରଟରେ ଓଡିଆ ପର୍ବ

 ( ରିପୋର୍ଟରସଟୁଡେ ) : ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ପର୍ବର ଆୟୋଜନ କରାଯାଉଛି ସୁରଟର ସରସାନାଠାରେ । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଦ୍ୱାରା ସେଠାରେରେ ବସବାସ କରୁଥିବା ଓଡିଆମାନେ ଓଡିଶାକୁ ଅନୁଭବ କରିପାରିବେ । ଓଡ଼ିଆଙ୍କ ସମୃଦ୍ଧ କଳା ଓ କାରିଗରୀ, ଓଡ଼ିଆ ଘରର ରାନ୍ଧଣା, ଓଡ଼ିଶୀ ଲୋକକଳା, ଫ୍ୟୁଜନ ଓ ସମକାଳୀନ ନୃତ୍ୟରେ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରିବା ସହ ଓଡ଼ିଶାର ଗାରିମା ବଖାଣିବା ପାଇଁ ଏପରି ପର୍ବର ଆୟୋଜନ କରାଯାଇଛି ।
ଡ଼ୋକ୍ରା, ଚାନ୍ଦୁଆ, ପ୍ରସ୍ତର ଶିଳ୍ପ, ପଟ୍ଟଚିତ୍ର, ତାରକସି, ନ୍ରେଗୁଣା ଶାଢୀ, ଖୋର୍ଦ୍ଧା ଲୁଙ୍ଗି ଓ ଶାମୁକାର କଳାକୃତ୍ତି ଏଠାରେ ପ୍ରଦର୍ଶିତ ହେଉଛି । ପ୍ରମୁଖ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅଭିଜିତ ମଜୁମଦାର, ସୋହିନି ମିଶ୍ର ଓ ସତ୍ୟଜିତ ପ୍ରଧାନ ସଂଗୀତ ପରିବେଷଣ କରିବେ । ଗଞ୍ଜାମର ପ୍ରସିଦ୍ଧ ପ୍ରହ୍ଲାଦ ନାଟକ ଓ ଗାହଣ ପାଇଁ ବ୍ୟବସ୍ଥା କରାଯାଇଛି ।