ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ । ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଓଡିଶା ଫେରିଲେ । ବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶ
। ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିନେଇଥିଲା । ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ । ୨,୩ ଦିନ ଜଙ୍ଗଲ ପରେ ଜେଲ୍ରେ ରଖିଥିଲେ ବୋଲି କହିଛନ୍ତି ଆଦର୍ଶ । ତେବେ ବିମାନ ବନ୍ଦରରେ ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ଆଦର୍ଶ ।

ଦୀର୍ଘ ଦିନ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଆଦର୍ଶ । ବିମାନବନ୍ଦରରେ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି। ଆଦର୍ଶଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର। ଜଙ୍ଗଲ ଭିତରେ ଆଦର୍ଶଙ୍କୁ ଦିଆଯାଉଥିଲା ନିର୍ଯାତନା। ଆତଙ୍କବାଦୀମାନେ ଆଦର୍ଶଙ୍କୁ ଶାହାରୁଖ ଖାନଙ୍କୁ ଜାଣିଛନ୍ତି କି ବୋଲି କରୁଥିଲେ ପ୍ରଶ୍ନ। ଆଦର୍ଶ ମୁମ୍ବାଇରେ କାମ କରିବା ସମୟରେ ସୁଦାନରେ ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବା ପାଇଁ ଚୁକ୍ତି କରିଥିଲେ। ସୁଦାନର ରାଜଧାନୀ ଖାରତୁମ ଠାରୁ ହଜାର କିଲୋମିଟର ଦୂରରେ ସେ କାମ କରିବା ବେଳେ ଅପହରଣକାରୀ ଅପହରଣ କରିଥିଲେ। ଗତ ୨୦୨୨ ମସିହାରୁ ଆଦର୍ଶ ସୁଦାନରେ ଶୁକ୍ରତି ପ୍ଲାଷ୍ଟିକ ଫାକ୍ଟେରିରେ କାମ କରିଆସୁଥିଲେ।

ତେବେ କହିରଖୁଛୁ ଯେ, ଦୀର୍ଘ ୨ ବର୍ଷ ହେଲା ଦକ୍ଷିଣ ଆଫ୍ରିକାର ସୁଦାନରେ ଗୃହଯୁଦ୍ଧ ଜାରି ରହିଛି । ସୁଦାନଙ୍କୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ସରକାର ଓ ଅର୍ଦ୍ଧସାମରିକ ଫୋର୍ସ ଆଏସଏଫ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି ।ଏହାମଧ୍ୟରେ ସୁଦାନକୁ ନିଜ କବଜାରେ ନେଇଛି ଆରଏଫଏସ ଆତଙ୍କୀ ସଂଗଠନ । ଏହି ଯୁଦ୍ଧ ମଧ୍ୟରେ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୧ କୋଟି ୪୦ ଲକ୍ଷରୁ ଅଧିକ ଲୋକେ ଘର ଛାଡିଛନ୍ତି ।