ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ

ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ଅବସରରେ ରୋଟାରୀ କ୍ଲବ ପାରାଦୀପ ଓ ପାରାଦୀପ କଲେଜ ମିଳିତ ଆନୁକୂଲ୍ୟରେ ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସାରାଦେଶରେ କିପରି ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ଏବଂ ଶିକ୍ଷା ର ପ୍ରଣାଳୀକୁ କି ପ୍ରକାର ପରିବର୍ତ୍ତନ ହେଲେ ଆମେ ଶାନ୍ତି ପ୍ରତିଷ୍ଠା କରିପାରିବା ଏହି ଦିଗରେ ରୋଟାରୀ  ୨୨୦ ଦେଶ ଓ ୧.୦୫ ମିଲିୟନ୍ ରୋଟାରୀଙ୍କ ମଧ୍ୟରେ  କାର୍ଯ୍ୟଧାରା ଚାଲି ଆସୁଥିବାବେଳେ ଆଜି ପାରାଦୀପ କଲେଜ ର ଅଭ୍ୟର୍ଥନା ଗୃହରେ ବିଶ୍ବ ଶାନ୍ତି ଦିବସ ପାଳନ କରାଯାଇଛି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବାକୁ ହେଲେ ଯୁଦ୍ଧ ନୁହେଁ ଆଲୋଚନା ମାଧ୍ୟମରେ ସବୁକିଛି ପରିବର୍ତ୍ତନ ହେବା ସହ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ରୋଟାରୀ କ୍ଲବ ପାରାଦୀପ ର ସଭାପତି କହିଥିବା ବେଳେ ଆଜି ବିଶ୍ବ ର ସାରା ଦେଶରେ ରୋଟାରୀ କ୍ଲବ ତରଫରୁ ଏହି ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହା ପ୍ରତିବର୍ଷ ପାଳନ କରା ଯାଇ ଆସୁଥିବା ବେଳେ ରୋଟାରୀ କ୍ଲବର ଅତିଥି ମାନଙ୍କ ସମେତ ପାରାଦୀପ କଲେଜ ଅଧ୍ୟକ୍ଷା ଓ ରୋଟାରୀ କ୍ଲବ ପାରାଦୀପର ସମସ୍ତ ସଦସ୍ୟ ଏବଂ କଲେଜ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।