ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟ୍ରେ ଆଗୁଆ । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୬୩,୫୨୨ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୦,୧୦୩ ଭୋଟ୍ ମିଳିଛି ।

ସେହିପରି ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟ୍ରେ ଆଗୁଆ ରହିଥିଲା । ଦ୍ୱାଦଶ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯,୩୬୬ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୯,୦୫୩ ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୭,୪୩୭ ଭୋଟ୍ ମିଳିଥିଲା । ସ୍ନେହାଙ୍ଗିନୀ, ଘାସିରାମଙ୍କୁ ପଛପରେ ପକାଇ ଆଗେଇ ଚାଲିଛନ୍ତି ଜୟ ଢୋଲକିଆ । ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଏହାସହ ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି ।