ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

ଶେଷ ପର୍ଯ୍ୟାରେ ପହଞ୍ଚିଛି ପ୍ରସ୍ତୁତି

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ପ୍ରଥମେ ଇଣ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଖାଇ ଉତ୍ସବ ପାଳନ ହୋଇଥିାଏ। ଏହାଛଡା ଇଷ୍ଟ ଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପୂର୍ବ ପୁରୁଷଙ୍କ ପାଖରେ ନବାନ୍ନ ଲାଗି କରିଥାନ୍ତି। ତେବେ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀଙ୍କ ନୂଆଖାଇ ପର୍ବରେ କିଛି ଭିନ୍ନତା ରହିଥାଏ। ସେମାନେ ଆଜି ଠାରୁ ଅର୍ଥାତ ଗୋଟାଏ ଦିନ ଆଗରୁ ନୂଆଖାଇ ପର୍ବ ପାଳନ କରିଥାନ୍ତି। ସୁନ୍ଦରଗଡର ଆଦିବାସୀମାନେ ନିଜ ପୂର୍ବ ପୁରୁଷଙ୍କ ପାଖରେ ନବାନ୍ନ ଲଗାଇ ନୂଆ ଖାଇଥାନ୍ତି। ନୂଆଖାଇ ପର୍ବର ଦିନକ ପୂର୍ବରୁ ଏମାନେ ଜଙ୍ଗଲରୁ ବାଜାଗାଜା ସହିତ ଯାଇ କୁରେଇ ଗଛର ପତ୍ର ତୋଳିଆଣିଥାନ୍ତି। ଆଉ ଏହି ପତ୍ରରେ ଖଲି, ଦନା ତିଆରି କରାଯାଇଥାଏ। ଯେଉଁ ଥିରେ ଏମାନେ ନୂଆ ଖାଇଥାନ୍ତି।