(ସୌମ୍ୟ ରଞ୍ଜନ ସେଠୀ) : ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଘଣ୍ଟ ହେବ। ଏଥିପାଇଁ ଆଜି ଅପରାହ୍ନ ୪ଟାରେ ସମ୍ବଲପୁର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ । ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇର ଲଗ୍ନ ସ୍ଥିର କରିବେ । ଲଗ୍ନ ଅନୁସାରେ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ । ଏହା ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଲୋକେ ଘରେ ଘରେ ନୂଆ ଖାଇବାର ପରମ୍ପରା ରହିଛି ।