ରିପୋର୍ଟର୍ସ ଟୁଡେ୍ ବିରୋ : ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ମୁହଁ ଖୋଲିଲେ ଜୟଶଙ୍କର । ଯୁଦ୍ଧବିରତିକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ମାଟିରୁ ଆତଙ୍କବାଦ ସଫା ନହେଲେ ଧ୍ବଂସ ହେବ ଶତ୍ରୁ ଦେଶ । ଏକ ଉଦଘାଟନ ଉତ୍ସବରେ ଯୋଗଦେଇ ଜୟଶଙ୍କର ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ। ପାକିସ୍ତାନ ପାଖରେ ଆତଙ୍କବାଦୀଙ୍କ ଏକ ତାଲିକା ଅଛି ଯାହା ଆମକୁ ହସ୍ତାନ୍ତର କରିବାକୁ ପଡ଼ିବ । ଏହା ବ୍ୟତୀତ, ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ବନ୍ଦ କରିବାକୁ ପଡିବ। ଆମେ ସେମାନଙ୍କ ସହିତ ଆତଙ୍କବାଦ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ।
ସେ ଆହୁରୀ ମଧ୍ୟ କହିଛନ୍ତି ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ଅଛି ଏବଂ ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା କରିବାକୁ କେବଳ ଗୋଟିଏ କଥା ବାକି ଅଛି ଏବଂ ତାହା ହେଉଛି ପାକ୍ ଅଧିକୃତ କାଶ୍ମୀରରେ ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରିବା। ଆମେ ଏହି ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଜୟଶଙ୍କର ।