ଖୁସି ଖବର: ଏଣିକି କ୍ୟାନସରର ପ୍ରତିକାର ସମ୍ଭବ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: କ୍ୟାନ୍ସର ଏକ ଜୀବନ ଘାତି ରୋଗ । ଏହି ରୋଗ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଏହାକୁ ନେଇ ଚିନ୍ତାରେ ବିଶେଷଜ୍ଞ । ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ସମେତ ଅନେକ କାରଣରୁ ଏହି ରୋଗ ହୋଇଥାଏ । ଏହାକୁ ନେଇ ସମସ୍ତେ ଚିନ୍ତା ଓ ଆଶଙ୍କାରେ ଥିବା ବେଳେ ଏବେ ବିଶେଷଜ୍ଞମାନେ ଏହାର ପ୍ରତିକାର ବାହାର କରିଥିବା ଦାବି କରୁଛନ୍ତି । ଏହାର ପ୍ରତିକାର ଓ ଚିକିତ୍ସା ପାଇଁ ନୂଆ ଏକ ଚିକିତ୍ସା ପଦ୍ଧତି ବୈଜ୍ଞାନିକମାନେ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି । ବୈଜ୍ଞାନିକ ଦାବି କରୁଛନ୍ତି କି, ସେମାନେ ଡିକ୍ୟୁ ମୋଲିକ୍ୟୁଲ୍ସର ବିକାଶ କରିଛନ୍ତି, ଯାହା କ୍ୟାନ୍ସର କୋଷିକାକୁ ନଷ୍ଟ କରିବାର କ୍ଷମତା ରଖିଛି ।
ଏହି ପଦ୍ଧତିକୁ ନେଇ ବୈଜ୍ଞାନିକମାନେ ପରୀକ୍ଷା ନିରୀକ୍ଷା ମଧ୍ୟ କରିଛନ୍ତି । ଷ୍ଟଡିରେ ମୁଷାଙ୍କ ବ୍ୟବହାର କରି ଦେଖିବାକୁ ପାଇଛନ୍ତି, ଏହି ପଦ୍ଧତିରେ କ୍ୟାନସର କୋଷୀକା ଶରୀରର ଅନ୍ୟ ଅଂଶକୁ ବ୍ୟାପୁ ନାହାନ୍ତି । ଏଥିସହ ଟୁମରର ବୃଦ୍ଧି ଶିଥିଳ ହେଉଛି । ବୈଜ୍ଞାନିକଙ୍କ ଦାବି ଏହି ଅନୁସନ୍ଧାନ ପରେ ଏପରି ଔଷଧ ତିଆରି କରାଯିବ ଯାହା ବିଭିନ୍ନ ପ୍ରକାରର କ୍ୟାନଓ ଚିକିତ୍ସାରେ ଫଳପ୍ରଦ ହେବ ।
ହିବ୍ରୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଫର ମେଡିକାଲ ରିସର୍ଚ୍ଚ ଇକ୍ସରାଇଲ-କାନାଡାର ପ୍ରଫେସର ରୋଟେମ କାର୍ନି ଓ ତାଙ୍କ ଦଳ ଦାବି କରିଛନ୍ତି, କୌଣସି ପ୍ରକାରର ଅନୁସନ୍ଧାନରେ ଏପର୍ଯ୍ୟନ୍ତ କ୍ୟାନସର ଚିକିତ୍ସା ପାଇଁ କ୍ୟାନସର କୋଷିକାରେ ଥିବା ପ୍ରୋଟିନକୁ ଟାର୍ଗେଟ କରାଯାଇ ନାହିଁ । ଏହି ପୋଟିନକୁ ଆରଏନଏ ବାଇଣ୍ଡିଂ ପ୍ରୋଟିନ କୁହାଯାଏ, କାରଣ ଆରଏନଏ ମାଲିକ୍ୟୁଲସ ଜାବୁଡି ରଖିଥାଏ । ଏହି ପ୍ରୋଟିନ ସବୁ ଜୀବିତ ଜୀବଙ୍କ ଜିନ ଓ ବାୟୋଲୋଜିକାଲ ଭୁମିକାଗୁଡିକ ପାଇଁ ଉତ୍ତର ଦାୟୀ ରହିଥାଏ । ଏହି ଆରଏନଏ ପ୍ରୋଟିନ କ୍ୟାନସର ବଢାଇବାରେ ପ୍ରମୁଖ ଭୂମିକା ତୁଲାଇଥାଏ ।
କାର୍ନି ଓ ତାଙ୍କ ଦଳ ଏପରି ଏକ ମଲ୍ୟୁକୁଲସର ବିକାଶ କରିଛନ୍ତି, ଯାହା ଏସଆରଏସଏଫ୧ ନାମର ଆରଏନଏ ମଲୁକ୍ୟୁଲସ୍କୁ ଶରୀରର ଅନ୍ୟ ଅଂଶ ପରିବର୍ତ୍ତେ ନିଜ ସହ ଜଡିତ କରିଥାଏ, ଫଳରେ କ୍ୟାନସର ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ ନାହିଁ । ଏହି ବିଶେଷଜ୍ଞ ଦଳ ବ୍ରେନ ଓ ବ୍ରେଷ୍ଟ କ୍ୟାନସର ରୋଗୀଙ୍କ ଠାରେ ଏହାର ପରୀକ୍ଷା କରିଛନ୍ତି । ଏହା ବ୍ୟତୀତ ମୁଷାଙ୍କ ମସ୍ତିଷ୍କରେ ଏହାକୁ ପ୍ରବେଶ କରାଇ ଯାଞ୍ଚ କରିଛନ୍ତି । ପ୍ରାୟ ୩ ସପ୍ତାହ ପରେ ବିଶେଷଜ୍ଞମାନେ ମୁଷ ମସ୍ତିଷ୍କର ପୁନଃ ପରୀକ୍ଷଣ କରି ଏହି ମଲୁକ୍ୟୁଲସର ଲଭ ଜାଣିବାକୁ ପାଇଥିଲେ ।