ବ୍ୟୁରୋ : ଅମିତାଭ ବଚ୍ଚନଙ୍କ ନାତୁଣୀ.ଶ୍ୱେତା ବଚଚ୍ଚନଙ୍କ ଝିଅ ନବ୍ୟା ଏବେ ବେଶ ଚର୍ଚ୍ଚାରେ । ସେ ସେଲିବ୍ରେଟି ନୁହନ୍ତି ବରଂ ସଲେିବ୍ରେଟି ପରିବାର ସହିତ ଜଡିତ ଥିବାରୁ ସବୁ ବେଳେ ଲୋକ ଲୋଚନଙ୍କୁ ଆସିଥାଆନ୍ତି । ଏବେ ସେ କୋଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ରିଲେସନସିପ ପାଇଁ ଚର୍ଚ୍ଚାରେ । ସୂଚନାନୁଯାୟୀ ନବ୍ୟା ଏବେ ନବାଗତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ପ୍ରେମରେ । ପୂର୍ବରୁ କୁହାଯାଉଥିଲା ସେ ଜାଭେଦ ଜାଫ୍ରିଙ୍କ ପୁଅ ମିଜାଜ ଙ୍କ ସହ ଜଡିତ ଥିଲେ ।

ଉଭୟଙ୍କ ମଧ୍ୟରେ ବନ୍ଧୁତାଠାରୁ ବେଶ କିଛି ଅଧିକା ରହିଥିଲା । କିନ୍ତୁ ବର୍ତ୍ତମାନ ସେ ମିଜାଜଙ୍କୁ ନୁହେଁ ବରଂ ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି । ସିଦ୍ଧାନ୍ତଙ୍କର କିଛି ଦିନ ପୂର୍ବରୁ ଗେହେରାଁଆ ରିଲିଜ ହୋଇଥିଲା । ଦୁହିଁ ଏ ସର୍ମ୍ପକରେ କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଏକା ସାଙ୍ଗରେ ଛୁଟି କଟାଉଥିବା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ଅନୁସନ୍ଧାନ କାରିମାନେ କହିଛନ୍ତି ।

ନବ୍ୟା ଓ ସିଦ୍ଧାନ୍ତଙ୍କ ପୋଷ୍ଟ ଗୁଡିକ ଏକ ପର୍ଯ୍ୟଟନ ସ୍ଥଳୀ ପରି ଦେଖା ଯାଉଛି । ଏବଂ କେତେକ ସ୍ଥାନରେ କିଛି କମନ ତଥ୍ୟ ଥିବା ମଧ୍ୟ ପରିଲକ୍ଷିତ ହୋଇଛି । ନବ୍ୟା ଚନ୍ଦ୍ର ଥିବା ଫଟୋ ପୋଷ୍ଟ କରିଥିବା ବେଳେ ସିଦ୍ଧାନ୍ତ ନିଜ ପୋଷ୍ଟରେ ତୁମ ମନ ଓ ଚନ୍ଦ୍ର ଦୁଇଟି ଯାକ ସଫା ବୋଲି ଉଲ୍ଲେଖ କରିଛନ୍ତି ।