ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି

କଟକ:- ଆରମ୍ଭ ହୋଇଛି ପାର୍ବଣ ଋତୁ, ତେଣୁ କଟକ ସହରର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର ସକିଲ୍ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ସକିଲ୍ ଆତ୍ମସମର୍ପଣ କରିଛି । ଅନ୍ୟପଟେ ଦୁଇଦିନ ତଳେ ସକିଲର ସହଯୋଗୀ ଅବଦୁଲ କାଦ୍ଦିରକୁ ଜଣେ ବ୍ୟବସାୟକୁ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସକିଲ୍ ଫେରାର ଥିଲା । ଗ୍ୟାଙ୍ଗଷ୍ଟର ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏଡାଇବାକୁ ଯାଇ ସକିଲ୍ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।