ନୂଆଦିଲ୍ଲୀ: ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦାଖଲ କରିଛନ୍ତି ବିଆରଏସ ଏବଂ କଂଗ୍ରେସ । ମଣିପୁର ହିଂସା ମାମଲାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭାରତୀୟ ରାଷ୍ଟ୍ରୀୟ ସମିତି ଏବଂ କଂଗ୍ରେସ ଆଜି ଅଲଗା ଅଲଗା ୨ଟି ନୋଟିସ ଦାଖଲ କରଛିି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ଗୃହରେ ପକ୍ଷ ରଖନ୍ତୁ ବୋଲି ବିରୋଧୀ ଦାବି କରିଚନ୍ତି । ଏହି ନୋଟିସକୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେହିପରି, ‘ଭାରତ ରାଷ୍ଟ୍ର ସମିତି’ ଫ୍ଲୋର୍ ଲିଡର୍ ନାଗେଶ୍ୱର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍ ନୋଟିସ୍ ଦାଖଲ କରିଥିଲେ।