ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ଵର: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ବିବାଦ ।

ସୂଚନା ଯୋଗ୍ୟ ଯେ ନିୟମ ଅନୁସାରେ ବଡୁ ନିଯୋଗ କ୍ଷୀର ଆଉଟା ନୀତି ସମ୍ପନ୍ନ କରିବା କଥା। କିନ୍ତୁ ବ୍ରାହ୍ମଣ ନିଯୋଗ କରୁଛି।ଏହା ପୂର୍ବରୁ ମଧ୍ୟ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କୁ ଅନେକ ଦିନ ଖାଡ଼ା ଉପବାସ ରହିବାକୁ ପଡ଼ିଛି। ପ୍ରତିଥର ବିବାଦ ସମାଧାନ ହୋଇଯାଏ। କିନ୍ତୁ ପୁଣି ଥରେ ଯଉ କଥାକୁ ସେହି କଥା। ବିବାଦ କାରଣରୁ ବାରମ୍ବାର ନୀତିକାନ୍ତି ବନ୍ଦ ହେଉଛି। ଭୋଗ ମଧ୍ୟ ପ୍ରସ୍ତୁତ ହୋଇ ପାରୁନି।