ଭୁବନେଶ୍ୱର:-କ୍ୟାବିନେଟ୍ ନିଷ୍ପତିକୁ ମାନିଲେନି । ସିଧା ସିଧା ଫୁ କରି ଉଡାଇଦେଲେ ନେତା । ନିର୍ବାଚିତ ଲୋକ ପ୍ରତିନିଧିମାନେ ନିଜର ବାର୍ଷିକ ତାଲିକା ଦେଇନାହାନ୍ତି । ଯାହାକୁ ନେଇ ଏବେ ବିରୋଧୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଲୋକପ୍ରତିନଧି ମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ୱେବସାଇଟ୍ରେ ସାର୍ବଜନୀନ କରିବେ । କିନ୍ତୁ ଏପର୍ଯ୍ୟନ୍ତ ଜଣେ ବି କେହି ବାର୍ଷିକ ସମ୍ପତ୍ତି ତାଲିକାକୁ ରାଜ୍ୟସରକା କିମ୍ବା ଓଡିଶା ଲୋକାୟୁକ୍ତ ନିଜର ୱେବସାଇଟ୍ରେ ସାର୍ବଜନୀନ କରିନାହାନ୍ତି । ଯାହା ଥିଲା ବାଧ୍ୟତାମୂଳକ । ସେପଟେ ଏହା ଏକ ନାକୁ ମାତ୍ର ବୋଲି ବିରୋଧି କହୁଛନ୍ତି ।
ଗତ ଦୁଇବର୍ଷ ହେବ ବାର୍ଷିକ ସମ୍ପତ୍ତି ସାର୍ବଜନୀନ ହେଉନଥିବା କୁହାଯାଉଛି । ସୂଚନା ମୁତାବକ, ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କରିବା ପାଇଁ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି ନିୟମ ସବୁ ନେତା ଫୁ କରିଥିବା ଦେଖିବାକୁ ମିଳିଛି । ରାଜ୍ୟସରକାରଙ୍କ ପ୍ରଥମ ନାରା ଦଳରେ ଦୁର୍ନୀତି କୁ ପ୍ରସୟ ଦିଏ ନାହିଁ, ଯାହାକୁ ପ୍ରମାଣ କରିବା ପାଇଁ ଦଳର ସୁପ୍ରିମୋ ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ କରିଥିବା ଚିଠା ପ୍ରସ୍ତାବକୁ ମାତ୍ର ୭ଦିନ ପରେ ରାଜ୍ୟ କ୍ୟାବିନେଟରେ ଗୃହିତ କରାଇଥିଲେ । ଏବଂ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟମ୍ବାର୍ହୀକ ସମ୍ପତ୍ତି ତାଲିକା ଦାଖଲ କରିବା ସମ୍ପତ୍ତି ନେଇଥିଲେ । ତେବେ ଜାନୁୟାରୀ ୩୧ ତାରିଖ ସୁଦ୍ଧା ସମସ୍ତ ଜନପ୍ରତିନିଧି ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଦାଖଲ କରିବାକୁ କୁହାଯାଇଥିଲା । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଧ୍ୟ ୨୦୨୧ ୧୨ ତାରିଖରେ ଏକ ସଂକଳ୍ପ ପ୍ରକାଶ ପାଇଥିଲା । ଯେଉଁଥିରେ ଲେଖାଥିଲା ସବୁ ନେତା ତାଙ୍କର ନିଜର ସମ୍ପତ୍ତି ସରକାରୀ କର୍ମଚାରୀ ମାନେ ଯେଉଁ ଫର୍ମାଟରେ ନିଜର ବାର୍ଷିକ ବିବରଣୀ ଦେଉଛନ୍ତି, ସେମିତି ହିଁ ଦେବେ ।
ଏପରିକି ସଂସଦୀୟ ବ୍ୟାପାର ବିଭାଗ, ନଗର ଉନ୍ନୟନ ଓ ପଂଚାୟତିରାଜ ବିଭାଗ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ୱେବସାଇଟ୍ (ଅନଲାଇନ୍ ବ୍ୟବସ୍ଥା) ବିକଶିତ କରିବେ ,ଯେଉଁଠି ଏହି ଲୋକପ୍ରତିନିଧିମାନଙ୍କର ସମ୍ପତ୍ତି ତାଲିକାକୁ ଅପଲୋଡ୍ କରାଯିବ ଓ ଏହାକୁ ସାଧାରଣ ଲୋକ ଦେଖିବାର ବ୍ୟବସ୍ଥା ମଧ୍ୟ ରହିବ ବୋଲି ପ୍ରାବଧାନ ହେଲା । କିନ୍ତୁ ଇତିମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଲୋକପ୍ରତିନିଧିମାନଙ୍କ ସମ୍ପତ୍ତି ତାଲିକାକୁ ସାଧାରଣ ଲୋକ ଜାଣିବାର କୌଣସି ସୁଯୋଗ ପାଇନାହାନ୍ତି । ତେବେ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୪୮କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩.୮୭କୋଟି ଓ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୭୭.୯୩କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଏଯାଏ ୨୦୨୧ ଓ ୨୦୨୨ର ତାଲିକା ସାର୍ବଜନୀନ ହୋଇନାହିଁ ।