ଭୁବନେଶ୍ୱରରେ ଅଭାବ ନାହିଁ ବେଡର

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡର ଅଭାବ ନାହିଁ। ବର୍ତ୍ତମାନ ସୁଦ୍ଧା ୩୫୫୩ଟି ବେଡ୍ ଉପଲବ୍ଧ ରହିଛି। ଉପଲବ୍ଧ ବେଡ୍ ମଧ୍ୟରୁ ୫୩୧ଟି ଆଇସିୟୁ ବେଡ୍ ରହିଛି। ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି। ସେହିପରି ୫୩୬ ଏଚଡିୟୁ ବେଡ୍ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲି ବିଏମସି କମିଶନର କହିଛନ୍ତି । ବିଏମ୍ସି ଅଧୀନରେ ସାଧାରଣ ବେଡ୍ ସଂଖ୍ୟା ୨୧୮୬ ରହିଛି। ସାଧାରଣ ବେଡ୍ ୫୦ ପ୍ରତିଶତ ଖାଲି ପଡ଼ିଛି। ଭୁବନେଶ୍ୱରର ୮୫% ଆକ୍ରାନ୍ତ ଘରେ ଆଇସୋଲେସନ୍ରେ ଅଛନ୍ତି। ପ୍ରତି ଓ୍ୱାର୍ଡର ଆରଆରଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି।
ଚୌଧୁରୀ କହିଛନ୍ତି, ଲକ୍ଷଣ ଦେଖାଇଲେ ଟେଷ୍ଟ କରାଇବାକୁ ଆସନ୍ତୁ। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ଅଛି। ୨୪ଟି ଉଐଉ/ଚଐଉରେ ମଧ୍ୟ କୋଭିଡ୍ ଟେଷ୍ଟ କରାଯାଉଛି।”