ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଦେଲେ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର-: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୧୦ଟା ନବାଜୁଣୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଯଦି କୌଣସି ଉପଭୋକ୍ତା ବକେୟା ବିଦ୍ୟୁତ ବିଲ୍ ପ୍ରଦାନ କରି ନଥିବେ ତାହାଲେ ବି ତାଙ୍କର ବିଦ୍ୟୁତ କାଟ ହେବନି କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ । କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲେ ଖୁବ୍ ଶୀଘ୍ର ତାହାର ସମାଧାନ କରାଯାଉଛି ।

ତେବେ ଆଜି ରାଜ୍ୟରେ ତାପାମତ୍ରା ସବୁଠୁ ଉଚ୍ଚରେ ରହିଛି । ଦିନ ସାଢେ ୧୧ଟାରେ ୪୨ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି । ଏହାରି ମଧ୍ୟରେ ୪୨.୬ ଡିଗ୍ରୀ ସହ ଝାରସୁଗୁଡା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ନିଷ୍ପତ୍ତି ନେଇଛନ୍ତି ।