କେହି ସାହାଯ୍ୟ କଲେନି; ରାସ୍ତାରେ ପଡି ପଡି ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର: ସାହାର୍ଯ୍ୟ କରିବାକୁ କେହି ବି ଆସିଲେନି ଆଗକୁ । ରାସ୍ତାରେ ପଡି ପଡି ଚାଲିଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାରେ ମୃତ୍ୟୁ ସହ ସଂଗ୍ରାମ କରି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ରାସ୍ତାରେ ପଡି ଲୋକଙ୍କୁ ସାହାର୍ଯ୍ୟ ମାଗିଲେ ହେଲେ କେହି ସାହାଯ୍ୟ କଲେନି। ଶେଷରେ ସେହିଠାରେ ପଡି ଯୁବକଙ୍କ ମୃତ୍ୟୁ ହୋଇଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୋଖରିପୁଟ ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ବାଇକକୁ ସ୍ପୀଡ଼ରେ ଆଣି ଦୁର୍ଘଟଣା ଘଟାଇଥିଲେ ୨ ଯୁବକ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି । ପିସିଆର ପହଞ୍ଚି ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପଟେ ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।