ପାଣି ବୁନ୍ଦେ ପାଇଁ କାହାର ନିଘା ନାହିଁ

କେନ୍ଦ୍ରାପଡା :  ପାଣି ପାଇଁ ଲମ୍ବା ଲାଇନ୍ ,ଏଠି ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ, ଟ୍ୟାପ୍ ତ ଅଛି କିନ୍ତୁ ପାଣି ବହାରିବା କଷ୍ଟ । ଭଳକି ଦେଖନ୍ତୁ ଏ ଦୃଶ୍ୟକୁ କେମତି ପାଣି ପାଇଁ ଗରା ମାଠିଆ ତ ଅଛି କିନ୍ତୁ ସବୁ ପାତ୍ର ଖାଲିି । ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଇଣୁ ଆରମ୍ଭ ହୋଇଗଲାଣି ଜଳ ସମସ୍ୟା ।  ଦେଢ ମାସ ହେଲାଣି ନା ଅଛି ପାଣି ନାଁ ପାଣି ଅସିବା ପାଇଁ ଅଛି ରାସ୍ତା । ବର୍ଷା ହେଲେ ପାଣି ଆଣ୍ଠିଏ । ବାସ ଏତିକି ନୁହେଁ ଡ୍ରେନ ପାଣି ଆସି ଘରେ ପସୁଛି । ନା ଗାଧୋଇ ପାରିବୁ ନା ନମାଜ ପଡିପାରିବୁ । କ’ଣ କରିଛି ସରକାର । ପୁଳା ପୁଳା ଯୋଜନା ଥାଇ ମଧ୍ୟ କ’ଣ ପାଇଁ ସୁବିଧାରୁ ବଂଚିତ ଲୋକେ । ଏଥିପାଇଁ ଦାଇ କିଏ? ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କ’ଣ ପାଇଁ ଶୁଣୁନି ପ୍ରଶାସନ । ତେବେ ଜଳ ସମସ୍ୟ ଏମିତି ରହିଲେ କେମିତି ଚଳିବେ ଏହି ଅଂଚଳ ବାସୀ ।