ମୁମ୍ବାଇ : ମୁମ୍ବାଇରେ ମାଗଣା ହେଲା ଟୋଲ ଫି । ଆଉ ଦେବାକୁ ପଡିବନି ଟୋଲ ଫି ଟଙ୍କା । ଆଜି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଥିବା ବେଳେ ଏଭଳି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଲାଇଟ ମୋଟର ଭେଇକିଲ ତଥା ହାଲୁକା ଗାଡି କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ । ମୁମ୍ବାଇକୁ ସଂଯୋଗ କରୁଥିବା ୫ଟି ଟୋଲ ଗେଟରେ ଏହି ସୁବିଧା ଉପଲବ୍ଧ ହେବ । ବିଧାନସଭା ନିର୍ବାଚନ ପୁର୍ବରୁ ଶେଷ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ ସରକାର । ମୁମ୍ବାଇର ଦହିସାର, ଭାସି, ଆରୋଲି ଏବଂ ତିନହନ୍ତା ନାକା ଟୋଲ ଟେଗଷର ଏହି ସୁବିଧା ମିଳିବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।