ଏଣିକି ଶ୍ରୀରାମ କ୍ଷେତ୍ରରେ ବିକ୍ରି ହେବ ନାହିଁ ମଦ

ଏଣିକି ଶ୍ରୀରାମ ମନ୍ଦିର କ୍ଷେତ୍ରରେ ବିକ୍ରି ହେବ ନାହିଁ ମଦ ।

(ଭୁବନେଶ୍ୱର ) : ଏଣିକି ଶ୍ରୀରାମ ମନ୍ଦିର କ୍ଷେତ୍ରରେ ବିକ୍ରି ହେବ ନାହିଁ ମଦ ।  ଯୋଗୀ ସରକାର ଏପରି ଏକ ବଡ଼ ନିଷ୍ପତି ନେଇଛନ୍ତି । ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରି ଦିଆଯାଇଛି।

ଏହାଛଡ଼ା ଶ୍ରୀକୃଷ୍ଣ ଜନ୍ମ କ୍ଷେତ୍ରରେ ମଧ୍ୟ ଆଜି ଠାରୁ ପୂରାପୂରି ପ୍ରତିବନ୍ଧକ ଲଗାଇ ଦିଆଯାଇଛି।  ଅଯୋଧ୍ୟା ଓ ମଥୁରାକୁ ନେଇ ଯୋଗୀ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଏବେ ଆଉ ମଦ ମିଳିବ ନାହିଁ।  ମଥୁରାରେ ମଦ ଓ ଭାଙ୍ଗର ପ୍ରାୟ ୩୭ଟି ଲାଇସେନ୍ସ ପ୍ରାପ୍ତ ଦୋକାନ ରହିଥିଲା। ମଥୁରାକୁ ତୀର୍ଥ ସ୍ଥଳି ଘୋଷିତ କରାଯିବା ସହ ଶ୍ରୀକୃଷ୍ଣ ଜନ୍ମସ୍ଥାନ କ୍ଷେତ୍ରରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।

ସୂଚନାନୁଯାୟୀ , ମଦ ଓ ଭାଙ୍ଗ ଦୋକାନ ବନ୍ଦ କରି ଏହି କ୍ଷେତ୍ରରେ କ୍ଷୀର ଓ ଦହି ଦୋକାନ ଅଧିକ ସଂଖ୍ୟାରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉକି ଗତକାଲି ଉତ୍ତର ପ୍ରଦେଶ ବିଧାନସଭାରେ ବହୁଜନ ସମାଜ ପାର୍ଟିର ସଦସ୍ୟ ଭୀମରାଓ ଆମ୍ବେଦକରଙ୍କ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଥିଲେ ଯେ, ଅଯୋଧ୍ୟାର ଶ୍ରୀରାମ ମନ୍ଦିର କ୍ଷେତ୍ର ଭିତରେ ଆସୁଥିବା ସମସ୍ତ ମଦ ଦୋକାନ ଲାଇସେନ୍ସ ରଦ୍ଦ କରିଦିଆଯାଇଛି।