ଗୁରୁବାର ହୋଇଥିବା ସମସ୍ତ ଟେଷ୍ଟର ରିପୋର୍ଟ ନେଗେଟିଭ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ଲଢେଇରେ ଓଡିଶା ବାସୀଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିଛି । ଗତ ଦୁଇ ଦିନରେ ବଢିନାହିଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟ । । ପରୀକ୍ଷା ହୋଇଥିବା ସମସ୍ଥ କୋରୋନା ନମୁନାର ନେଗେଟିଭ ରିପୋର୍ଟ ଆସିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାଲ କଲ୍ୟାଣ ବିଭାଗ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଗତକାଲି ମୋଟ ୮୩୪ଟି କୋରୋନା ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ସେଥି ମଧ୍ୟରୁ ଗୋଟାଏ ବି ପଜେଟିଭ ରିପୋର୍ଟ ଆସିନାହିଁ । ଗତକାଲି ସୁଧା ରାଜ୍ୟରେ ମୋଟ ୭,୫୭୭ ନମୁନା ପରିକ୍ଷା କରାଯାଇଛି । ସେଥି ମଧ୍ୟରୁ ୭,୫୧୭ନମୁନା ନେଗେଟିଭ ଆସିଥିବା ବେଳେ ୬୦ଟି ପଜେଟିଭ ରିପୋର୍ଟ ଆସିଛି । ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେବି ୪୦ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ବ୍ୟକ୍ତିଙ୍କ ମଧ୍ୟରୁ ୪ରୁ ୫ଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଅବସ୍ଥା ଭଲ ରହିଛି ଏବଂ ସେମାନେ ଖୁବ ଶିଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।