ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଦଳ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଣାଯାଇଥିଲା।

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ନେଇ ଲୋକସଭାରେ ଭାରି ହଟ୍ଟଗୋଳ ଦେଖାଯାଇଥିଲା। ପରେ ବାଚନିକ ଭୋଟ୍ ମାଧ୍ୟମରେ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଇଛି।ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଏହି ଘଟଣାକୁ ନେଇ ସଂସଦରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି।