ବିଜୁ ଯୁବ ବାହିନୀକୁ ନିରଞ୍ଜନଙ୍କ ଟାର୍ଗେଟ୍

(ରିପୋଟର୍ସଟୁଡେ): ସାଧାରଣ ଲୋକଙ୍କ ଟିକସକୁ ବିଜେଡି ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛି । ରାଜ୍ୟର ୪୦ ପ୍ରତିଶତ ଏସସି ଏସଟି ଯୁବକ ନିଯୁକ୍ତିରୁ ବଂଚିତ ହେଉଛନ୍ତି ।ଏଭଳି ଢଙ୍ଗରେ ରାଜ୍ୟ ସରକାର ତଥା ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ । ଏହା ସହ ବିଜୁ ଯୁବ ବାହିନୀକୁ ସେ କଡା ସମାଲୋଚନା କରିଛନ୍ତି ।

ନିରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଯୁବ ବାହିନୀରେ ଏସସି ଏସଟିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏ ବାବଦରେ ସରକାର ତିନି ବର୍ଷରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଚୁକ୍ତିଭିତିକ ନିଯୁକ୍ତି ସମ୍ବିଧାନର ଧାରା ୩୩୮କୁ ସମ୍ପୂର୍ଣ୍ଣ ଭାବେ ଉଲଙ୍ଘନ କରୁଛି ।