କୋଠା ଭୁଶୁଡି ୧୯ଜଣଙ୍କର ମୃତ୍ୟୁ
ପୀଡିତ ପରିବାରକୁ ମିଳିବ ସହାୟତା
ମହାରାଷ୍ଟ୍ର : ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଂଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ୧୫ଜଣ ଆହାତ ଥିବା ମଧ୍ୟ ସୂଚନା ମିଳିଛି । କୁର୍ଲାର ନାୟକ ନଗର ସୋସାଇଟିରେ ଥିବା ଏହି ବିଶାଳ କୋଠା ରାତି ପ୍ରାୟ ୧୨ଟା ବେଳେ ଭୁଶୁଡ଼ିଥିଲା। ଆହତମାନଙ୍କୁ ଘାଟକୋପର ଏବଂ ସିଓନର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେବି ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। କୋଠା ଭୁଶୁଡ଼ିବା ସମୟରେ ୬୦ରୁ ଅଧିକ ଲୋକ ସେଠାରେ ଥିଲେ । ଏହାରି ମଧ୍ୟରେ ଜମି ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିଛି ପୁଲିସ। ସେହିପରି ଘଟଣାସ୍ଥଳଳୁ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟଠାକରେ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟରେ ସମସ୍ତ ସହାୟୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାକୁ ୫ ଲକ୍ଷ ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି ଆହତଙ୍କ ପାଇଁ ୫୦,୦୦୦ ଲେଖାଁଏ ଘୋଷଣା କରାଯାଇଛି।