ନିଫଟି ସୂଚକାଙ୍କ ୫୫୦ରୁ ଅଧିକ ପଏଣ୍ଟ ବଢି ୨୪ହଜାର ୫୦୦ ପାର କରିଛି

ମୁମ୍ବାଇ-: ଆରବିଆଇ ରେପୋ ହାର ହ୍ରାସ ଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏସୀୟ ବଜାରରୁ ଭାରତୀୟ ବଜାର ପର୍ଯ୍ୟନ୍ତ ସବୁକିଛି ଏକ ବୁଷ୍ଟର ଡୋଜ୍ ଭାବରେ କାମ କରିଛି। ଗୋଟିଏ ପଟେ ୱାଲ ଷ୍ଟ୍ରିଟରୁ ଜାପାନ ପର୍ଯ୍ୟନ୍ତ ଏସୀୟ ବଜାରରେ ଉଷ୍ମତା ଦେଖାଦେଇଥିବା ବେଳେ, ଅନ୍ୟପଟେ ଭାରତୀୟ ଶେୟାର ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି। ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ବଢୁଥିବାରୁ ଗତ ସପ୍ତାହରେ ଏହାର ପ୍ରଭାବ ସିଧାସଳଖ ପଡ଼ିଥିଲା ସେୟାର ବଜାର ଉପରେ। ନିଫଟି ସୂଚକାଙ୍କ ୫୫୦ରୁ ଅଧିକ ପଏଣ୍ଟ ବଢି ୨୪ହଜାର ୫୦୦ ପାର କରିଛି। ୧୯ଶହ ପଏଣ୍ଟ ବଢି ୮୧ ହଜାର ପାର କରିଛି ବିଏସଇ ସେନସେକ୍ସ। ଶୁକ୍ରବାର ସେନସେକ୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ୧ହଜାର ୪୮ ଅଙ୍କ ଖସି ୭୯ହଜାର ୪୫୪ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର। ଆଜି ୧୫ଶହ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଥିଲା କାରବାର। ପରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଥିଲା।