Bhubaneswar: ରାଜଧାନୀ ଭୁବନେଶ୍ଵରରେ ପାଦଚାରୀଙ୍କ ସୁବିଧା ପାଇଁ ଏକ ନୂତନ ସ୍କାଏୱାକ ନିର୍ମାଣ ଯୋଜନା ଆଗକୁ ବଢ଼ିଛି। National Highways Authority of India (NHAI) ପକ୍ଷରୁ ରଶୁଲଗଡ଼ ଓ ପଳାଶୁଣି ମଧ୍ୟରେ ସ୍କାଏୱାକ ନିର୍ମାଣ ପାଇଁ ଟେଣ୍ଡର ଡାକାଯାଇଛି।
ଏହି ପ୍ରକଳ୍ପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ଫୁଟ ଓଭରବ୍ରିଜ ନିର୍ମାଣ କରାଯିବ। ପ୍ରସ୍ତାବିତ ଓଭରବ୍ରିଜର ଲମ୍ବ ପ୍ରାୟ ୫୦୦ ମିଟର ରହିବ। ପ୍ରକଳ୍ପ କାମକୁ ଶୀଘ୍ର ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬ ମାସ ମଧ୍ୟରେ ନିର୍ମାଣ କାମ ସାରିବା ପାଇଁ ଯୋଜନା କରାଯାଇଛି। ଏହି ସ୍କାଏୱାକ ନିର୍ମାଣ ହେଲେ ରସୁଲଗଡ–ପଳାଶୁଣି ଅଞ୍ଚଳରେ ରାସ୍ତା ପାର ହେବାରେ ପାଦଚାରୀଙ୍କୁ ବଡ଼ ସୁବିଧା ମିଳିବ ଓ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି।