ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ନ୍ୟୁଜିଲାଣ୍ଡ  : ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ୭.୦ ତୀବ୍ରତର ଶକ୍ତିଶାଳୀ ଭୂମିକମ୍ପରେ ନ୍ୟୁଜିଲାଣ୍ଡବାସୀ ଥରହର ।ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିବା ସୂଚନା ମିଳିଛି । ସମୁଦ୍ର ପତନ ଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂକମ୍ପ ଅନୁଭୂତ ହୋଇଥିବାରୁ ସୁନାମୀ ଆସିବା ନେଇ ଅନୁମାନ କରାଯାଉଛି ।ସମୁଦ୍ର ଅସ୍ଥିର ସହ ବଡ ବଡ ଲହରୀ ଆସୁଥିବାରୁ ସୁନାମୀ ଆଲର୍ଟ ଜାରି କରାଯାଇଛି ।ନ୍ୟୁଜିଲାଣ୍ଡ,ଫିଜି,ଟଙ୍ଗା ଏବଂ କେର୍ମାଡେକ୍ ଦ୍ୱୀପପୁଞ୍ଜ ପାଇଁ ସତର୍କତା ଜାରି କରାଯାଇଛି ।

ତେବେ ଭୂକମ୍ପରେ କୌଣସି ଜନଜୀବନ କ୍ଷୟକ୍ଷତି ନେଇ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପଟେ ରାଉଳ ଦ୍ୱୀପର ଦୁଇଟି ସ୍ଥାନରେ ସୁନାମିର ଅତି କ୍ଷୁଦ୍ର ଲହରୀ ଦେଖିବାକୁ ମିଳିଛି । ପୂର୍ବରୁ ୨୦୧୯ ରେ ମଧ୍ୟ ରାଉଳ ଦ୍ୱୀପରେ ଭୂମିକମ୍ପ ଯୋଗୁଁ ଏକ କ୍ଷୁଦ୍ର ସୁନାମୀ ସୃଷ୍ଟି ହୋଇଥିଲା । ତେଣୁ ବର୍ତ୍ତମାନ ମଧ୍ୟ ଭୂକମ୍ପ ଯୋଗୁଁ ଆଗାମୀ କିଛି ଘଣ୍ଟା ମଧ୍ୟରେ ସାମାନ୍ୟ ପରିବର୍ତ୍ତନ ସହ ସୁନାମୀ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ସୁନାମୀ ଆଲର୍ଟ ଜାରି ପରେ ଭୟଭୀତ ଅଛନ୍ତି ନ୍ୟୁଜିଲାଣ୍ଡ ବାସୀ ।