ରିଲସ ପାଇଁ ସ୍ୱାମୀଙ୍କୁ ଛାଡିଦେବି ପଛେ, ମୋବାଇଲରେ ରିଲସ କରିବା ଛାଡିପାରିବି ନାହିଁ

0

ପାଟନା:ସ୍ୱାମୀ କୁ ଛାଡିଦେବି ପଛେ ମୋବାଇଲ ଛାଡିବିନି । ଏହି କଥାଟି ସୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ବିହାରର ହାଜିପୁର ଅଞ୍ଚଳରେ ଜଣେ ନବବଧୂ ଇନଷ୍ଟାଗ୍ରାମ ରିଲସରେ ଲାଗିଥିବା ନିଶା ପାଇଁ ଏପରି ଘଟଣା ଘଟିଛି ।ସେ ରିଲସ ପାଇଁ ସ୍ୱାମୀଙ୍କୁ ଛାଡି ଛାଡିଦେବି ପଛେ ମୋବାଇଳ ଛାଡି ପାରିବି ନାହିଁ କହିଚନ୍ତି ।
ସୂଚନା ଅନୁସାରେ ସବା ଖାତୁନ୍ ନାମକ ଏହି ଝିଅ ପ୍ରାୟ ୧୫ ଦିନ ପୂର୍ବେ ଇଲିୟାନ ନାମରେ ଜଣେ ଯୁବକକୁ ବାହା ହୋଇଥିଲେ ।ଘରେ ବାହାଘର ମାହୋଲ ଶେଷ ହୋଇ ନଥିବା ବେଳେ ଭଉଣୀ ସବାଙ୍କ ଠାରୁ ଅଭିଯୋଗ ସୁଣି ତାଙ୍କ ଭାଇଙ୍କ ଇଳିୟନକୁଙ୍କୁ ରିଭଲଭର୍ ଦେଖାଇଲେ ।

ଏହି ଘଟଣା ପରେ ପୋଲିସର କହିବା ଅନୁସାରେ, ସବାଙ୍କ ଶାଶୂଘର ଲୋକେ କହୁଛନ୍ତି ଯେ, ସେ ଦିନ ସାରା ‘ଇନ୍‌ଷ୍ଟାଗ୍ରାମ୍‌’ ଓ ‘ଫେସ୍‌ବୁକ୍‌’ରେ ମାତିବା ସହିତ ମୋବାଇଲ୍ ଫୋନ୍ ବ୍ୟବହାରରେ ବ୍ୟସ୍ତ ରହୁଛି।

ସବାଙ୍କର ଏଭଳି କାର୍ୟ୍ୟରେ ସ୍ବାମୀ ଇଲିୟାସ୍ ଥରେ ଆପତ୍ତି କରିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକଥା ସବା ତା’ର ବାପାମାଆ ଓ ଭାଇଙ୍କୁ ଜଣାଇବାରୁ ମାଡ଼ପିଟ୍ର ସୂତ୍ରପାତ ହୋଇଥିଲା ବୋଲି ପୁଲିସ କହିଛି।
ମାଡ଼ପିଟ୍ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କ ପରିବାରର ସଦସ୍ୟମାନଙ୍କୁ ଥାନାକୁ ନେଇ ଆସିଲେ। ଘଟଣା ସଂକ୍ରାନ୍ତରେ ସବାଙ୍କ ମାଆ ରାଜିଆ ଖାଁ ଦେଇଥିବା ବୟାନ୍ରେ କହିଛନ୍ତି ଯେ, ଶାଶୂଘର ଲୋକେ ତାଙ୍କ ଝିଅଠୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଛନ୍ତି। ତାକୁ ଆମ ସହିତ ଫୋନ୍‌ କଥାବାର୍ତ୍ତା କରାଇ ଦେଉନାହାନ୍ତି।

ଇଲିୟାସ୍‌ଙ୍କୁ ପିସ୍ତଲ୍‌  ଦେଖାଇଥିବା ଅଭିଯୋଗରେ ସବାଙ୍କ ଭାଇଙ୍କୁ ଗିରଫ କରାଯିବାରୁ ସବା ପୁଲିସକୁ କହିଲେ ଯେ, ସେ ତାଙ୍କ ସ୍ବାମୀ ଓ ଶାଶୂଘର ଛାଡ଼ି ଚାଲିଯିବେ ପଛେ ଫୋନ୍ ଛାଡ଼ି ପାରିବେ ନାହିଁ। ଶେଷରେ ସବା ଶାଶୂ ଘର ଛାଡ଼ି ସମ୍ପ୍ରତି ବାପଘରକୁ ଚାଲିଯାଇଛନ୍ତି ବୋଲି ପୁଲିସ କହିଛି।