ବର୍ତ୍ତମାନ ସମୟରେ ପ୍ରଦୂଷଣ ଲୋକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି । ଦିନକୁ ଦିନ ପ୍ରଦୁଷଣର ମାତ୍ରା ବଢି ବଢି ଚାଲିଛି । ଅତ୍ୟଧିକ ଗାଡ଼ିମଟର ବ୍ୟବହାର, କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏବଂ ଅଳିଆ ଆବର୍ଜନା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି ।
ଏହି ପ୍ରଦୂଷଣକୁ ନେଇ ଏକ ୱେବସାଇଟ ତରଫରୁ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁସାରେ ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । ଗତ ଜୁନ ୬ରେ ଆମେରିକାର ବଡ଼ ସହର ନ୍ୟୁୟର୍କକୁ ଦୁନିଆର ସବୁଠାରୁ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । କାନାଡ଼ାରେ ଭୟଙ୍କର ନିଆଁ ଲାଗିଥିବାରୁ ନ୍ୟୁୟର୍କ ସହର ଅଧିକ ପ୍ରଦୁଷିତ ହେଉଛି । ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ସହର ଧୂଆଁରେ ଆଚ୍ଛାଦିତ ହୋଇଯାଇଛି । ରିପୋର୍ଟ ଅନୁସାରେ ପ୍ରଦୂଷଣର ହାର ୨୨୨ ମପା ଯାଇଥିଲା, ଯାହା ଅତ୍ୟନ୍ତ ଖରାପ ବୋଲି କୁହାଯାଉଛି । ଉତ୍ତର ଆମେରିକା ସହରରେ ମଧ୍ୟ ଧୂଆଁ ପାଇଁ ପ୍ରଦୂଷଣର ମାତ୍ରା ବଢିଥିବା ଜଣା ପଡ଼ିଛି । କାନାଡ଼ାରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ପାଇଁ ପାଖାପାଖି ୮.୨ ମିଲିଅନ (୮୦ ଲକ୍ଷ ଏକର) ଜଙ୍ଗଲ ଭୟଙ୍କର ଭାବେ କ୍ଷତିଗ୍ରସ୍ଥ ହୋଇଛି ।