ନବରାତ୍ର ପୂଜା ଆରମ୍ଭ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା । କରୋନା କଟକଣା ଭିତରେ ସୁବର୍ଣ୍ଣପୁର ସହରରେ ଥିବା ବିଭିନ୍ନ ପଡା ମାନଙ୍କରେ ହୋଇଛି ଦୂର୍ଗାପୂଜା ଆରମ୍ଭ । ସୋନପୁର ସହରର ଅନେକ ପଡା ମାନଙ୍କରେ ଦୁର୍ଗାପୂଜା ହେଉଥିଲେ ହେଁ ନବରାତ୍ର ପୂଜା କେବଳ ସହରରେ ଥିବା ଥନାପତି ପଡାରେ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ମଧ୍ୟ ପଡାରେ ଆରମ୍ଭ ହୋଇଛି ନବରାତ୍ର ପୂଜା । କରୋନା କଟକଣାକୁ ଦୃଷ୍ଟିରେ ରଖି ୪ଫୁଟ ଉଚ୍ଚର ମୁର୍ତିକୁ ପୂଜା କରାଯାଉଛି । ସେହିଭଳି ବିନା ଭକ୍ତ ଏବଂ ସାଜସଜ୍ଜା,ବିନାବାଦ୍ୟ ରେ ପୂଜାବିଧି ଚାଲିଛି । ବର୍ତମାନ ସାରା ବିଶ୍ୱକୁ ମହାମାରୀ କରୋନା କବଳିତ କରି ରଖିଥିବା ବେଳେ ଦେଶରୁ କରୋନା ହଟିବାକୁ ମାଁଙ୍କ ପାଖରେ ପୂଜାବିଧି କରାଯାଉଛି ବୋଲି କହିଛନ୍ତି ।