ବ୍ୟୁରୋ: କୋଭିଡ ଦୁନିଆରୁ ଯାଇଥଲେ ମଧ୍ୟ ବର୍ତ୍ତମାନ କିଛି ଦେଶରେ ଏହାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.୫.୧ ବା ଏରିସ୍ ନାମକ କରୋନା ଭାଇରସ ବୃଦ୍ଧି ଘଟିଛି । ଏହି ନୂଆ ଭାରିଆଣ୍ଟକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜୁଲାଇ ଶେଷରେ କୋଭିଡ ମାମଲା ୭୦ରୁ ବୃଦ୍ଧି ପାଇ ଅଗଷ୍ଟ ୬ରେ ଏହା ୧୧୫କୁ ବୃଦ୍ଧି ପାଇଛି ବୋଲି TOI ରିପୋର୍ଟରେ କୁହାଯାଇଛି ।
ନୂଆ ଷ୍ଟ୍ରେନ୍ ପ୍ରଥମେ ବ୍ରିଟେନରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ମୁମ୍ବାଇରେ ଏହି ମାମଲା ଦେଖାଯାଇଛି । ଯେହେତୁ ବର୍ତ୍ତମାନ ପର୍ୟ୍ୟନ୍ତ ପଜିଟିଭିଟି ରେଟ୍ କିମ୍ବା ମାମଲାରେ କୌଣସି ରିପୋର୍ଟ ହୋଇନାହିଁ, ତେଣୁ ଏହି ଷ୍ଟ୍ରେନ୍ ଭାରତ ପାଇଁ ଅଧିକ ଚିନ୍ତାର କାରଣ ହୋଇନପାରେ । ଏଭଳି କିଛି ତଥ୍ୟ ଗୁରୁଗାଓଁର ସିକେ ବିରଲା ହସ୍ପିଟାଲର ହେଡ ଅଫ କ୍ରିଟିକାଲ କେୟାର ଏବଂ ପୁଲମୋନୋଲୋଜିର ମୁଖ୍ୟ ଡାକ୍ତର କୁଲଦୀପ କୁମାର ଗ୍ରୋଭର ପ୍ରକାଶ କରିଛନ୍ତି ।