ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ ନୂଆ ନୂଆ କୌଶଳ ଅପଣାଇଛନ୍ତି । ମନରେଗା ଯୋଜନା କାର୍ଯ୍ୟରେ କେବେ ମେସିନ ବ୍ୟବାହର ହେଉଛି ତ କେବେ କାମ ନ ହେଇ ବିଲ୍ ଉଠାଯାଉଛି, ପୁଣି କେବେ ଶ୍ରମିକଙ୍କ ନାମରେ ଅର୍ଥ ପୈଠ ହେଉଛି । ଏ ସବୁ ବାଦେ ବର୍ତ୍ତମାନ ମନରେଗା ଯୋଜନା ର ଅର୍ଥ ଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫଟୋ ରୁ ଫୋଟ ନେଇ ତ କେଉଁଠି ମୋବାଇଲ ରୁ ସେଲଫି ଫୋଟୋ ଉଠାଇ ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରାଯାଉଛି । ଦାଦନ ସମସ୍ୟା କୁ ଦୂର କରିବା ଓ ଶ୍ରମିକଙ୍କ ରୋଜଗାର ବଢେଇବା ଲକ୍ଷ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ କରଯାଇଥିବା ଏହି ମନରେଗା ଯୋଜନ ବାଟମାରଣାର ହେଉଥିବା ବେଳେ ଏସବୁ ଚିତ୍ର ଦେଖିବା ପରେ ବାସ୍ତବ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହେଇଛି ତାହା ତଦନ୍ତ ସାପେକ୍ଷ ଅଟେ । ତେବେ ଏପରି ଘଟଣା ଦେଖିବା ପାଇଁ ମିଳିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତରେ । ଏକ ପ୍ଲେ ଫିଲଡ଼ କାମରେ ସେଲଫି ଉଠେଇ ତାହାର ଏନ.ଏମ ଏମ ଏସ କରାଯାଉଛି । ଯାହାର କୋଡ଼ ନମ୍ବର ୨୪୩୧୦୧୦୦୧୩ /ଏଲଡି/୧୦୬୮୬୦୭୦ । ଏହି କାମରେ ମେଟ ନାରାୟଣ ମଣ୍ଡଳ ୧୯ତାରିଖ ରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟର ଫୋଟ ଏନ ଏମ ଏମ ଏସ ଆପରେ ଅପଲୋଡ଼ କରିବା ପରିବର୍ତ୍ତେ ସେଲ୍ଗି ନେଉଥିବା ଏକ ଫୋଟ ଅପଲୋଡ଼ କରିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ପାଲଟିଛି ।
ମନରେଗା ଯୋଜନାରେ ଯେକୌଣସି କାଯ୍ୟ ଆରମ୍ଭ ହେଲେ କାର୍ଯ୍ୟ ଜାରୀ ଥିବା ସମୟରେ ଫୋଟୋ ଉପଲୋଡ଼ କରିବା କଥା ଏବଂ ସରକାରୀ ନିୟମ ଅନୁଯାୟୀ ଏହାର ଏନ ଏମ ଏମ ଏସ କରାଯାଏ । ଏନ ଏମ ଏମ ଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହା ଦ୍ବାରା କାର୍ଯ୍ୟରତ ଶ୍ରମିକଙ୍କ ନାମ ଓ କାଯ୍ୟସ୍ଥଳୀରେ ଶ୍ରମିକମାନେ କାଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାର୍ଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସ୍ପଷ୍ଟ ହେଇଥାଏ କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବା ପାଇଁ ମିଳିଛି ଲୁଗେଲ ପଞ୍ଚାୟତରେ । ଏଠାରେ ସେଲ୍ସି ଫଟୋ ଅପଲୋଡ଼ କରିବା ସହ ସରକାରଙ୍କ ଆଖିରେ ଧୂଳି ଦେଇ କିଭଳି ଏହି ପୋର୍ଟାଲରେ ସେଲଫି ଫୋଟୋ ଉପଲୋଡ଼ ହୋଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇନାହିଁ l ଏହି କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମାନେ ବିଭିନ୍ନ ମତ ପ୍ରକାଶ କରିବା ସହ ଏପରି ଘଟଣାର ଉଚ୍ଚ ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଚର୍ଚ୍ଚା ଜୋର ଧରିଛି ।