ଆଇପିଏଲ ପାଇଁ RCBର ନୂଆ ପ୍ଲାନ

ନୂଆଦିଲ୍ଳୀ: ୨୦୨୨ରେ ହେବ ଆଇପିଏଲର ମେଗା ଅକ୍ସନ । ୮ଟି ଦଳ ପରେ ପୁଣି ଯୋଡି ହେବେ ଆଉ ଦୁଇଟି ଫ୍ରାଞ୍ଚାଇଜି ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହା ପୂର୍ବର ପ୍ରତ୍ୟେକ ଦଳକୁ ନିଜର ୪ଟି ଲେଖାଏଁ ଖେଳାଳୀଙ୍କୁ ରିଟେନ କରିବା ପାଇଁ କୁହାଯାଇଛି । ତେବେ ଏହି ସମୟରେ ସାମାନ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ଷ୍ଟାଇଲିସ ଟିମ ରୋୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ।

IPL 2021: RCB eye playoffs berth against Punjab Kings - EastMojo

ଅଧିନାୟକ ପଦ ଛଡିବା ପାଇଁ ଘୋଷଣା କରିଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଦଳରେ ରଖିବ ଆରସିବି । ତେବେ ତାଙ୍କ ବ୍ୟତୀତ ଆଉ କାହାକୁ ରିଟେନ କରିବ ତାହା ଏବେ ପ୍ରଶ୍ନବାଚୀ । ଏଥି ସହିତ ନୂଆ ଅଧିନାୟକ ପଦ ପାଇଁ ଜଣେ ଖେଳାଳୀଙ୍କ ଉପରେ ମଧ୍ୟ ନଜର କରିବେ ଦଳର କର୍ମକର୍ତ୍ତା । ସେପଟେ ଏବି ଡିଭିଲିୟର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି । କୋହଲିଙ୍କ ପରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦଳରେ ସ୍ଥାନ ମିଳିପାରେ । ଏହାପରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଦେବଦତ୍ତ ପାଡକଲଙ୍କୁ ରିଟେନ କରିପାରେ ଆରସିବି । ତେବେ ସବୁଠୁ ବଡ ପ୍ରଶ୍ନ ରହିବ ୨୦୨୨ ସିଜନରେ କିଏ ହେବ ଅଦଳର ଅଧିନାୟକ ? ଏହି ପ୍ରଶ୍ନର ଉତ୍ତର ଆସନ୍ତା ଆଇପିଏଲର ମେଗା ଅକ୍ସନରେ ହିଁ ମିଳି ପାରିବ ।

IPL 2018: We deserved to lose this game: Virat Kohli after RCB's loss to SRH - myKhelHurt Kohli blasts RCB batting show | Deccan Herald
ବିସିସିଆଇ ସୂଚନା ଅନୁସାରେ ପ୍ରତ୍ୟେକ ଟିମ୍ ମୋଟ ଚାରି ଜଣ ଖେଳାଳିଙ୍କୁ ମେଗା ଅକ୍ସନ ପୂର୍ବରୁ ଦଳରେ ରଖିପାରିବେ । ସେଥିମଧ୍ୟରୁ ଅତିବେଶୀରେ ୩ ଜଣ ଭାରତୀୟ ଖେଳାଳି ରଖିପାରିବେ ଏବଂ ଅତିବେଶୀରେ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଦଳରେ ରଖିପାରିବେ ପ୍ରତ୍ୟେକ ଟିମ୍ । ତେବେ ୪ ଜଣ ଖେଳାଳିଙ୍କୁ ଦଳରେ ରଖିବା ପାଇଁ ମୋଟ ୪୨ କୋଟି ଖର୍ଚ୍ଚ କରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।