ସମ୍ବଲପୁର: ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି । ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏ ପରମ୍ପରା ଅନୁସାରେ ନୂଆଁଧାନ ଗ୍ରହଣ କରିଛନ୍ତି । ସେହି ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଅଁଖାଇ ଦିନ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ ।
ଏହା ପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁଖାଇବାର ପରମ୍ପରା ରହିଛି । ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ। ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି । ଗତ ୭ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି ।
ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୁଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମାଁ ସମଲେଶ୍ବୀରଙ୍କ ଠାରେ ଦିନ ୧୦ ଟା ୩୩ ମିନିଟରୁ ୧୦ ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ l ନୁଆଁଖାଇ ରେ ସବୁ ନୁଆଁ ହେବ ସହ ମାଁଙ୍କ ଠାରେ ମଧ୍ୟ ନୁଆଁଧାନର ନବାନ୍ନ ଲାଗି ହୋଇଥାଏ l ମୁଖ୍ୟତଃ ମାଁଙ୍କ ନବାନ୍ନ ପାଇଁ ୬୦ ଦିନରେ ଅମଳ କରାଯାଇଥାଏ ସାରିଆ ଧାନ l ଏହି ଧାନକୁ କ୍ଷେତରେ ପୂଜାର୍ଚ୍ଚନା କରାଯାଇ କଟା ଯାଇଥାଏ l ତାପରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ମୁଖ୍ୟ ପୂଜକଙ୍କୁ ଅର୍ପଣ କରାଯାଇଥାଏ l ଯେଉଁଥିରେ ପୂଜକ ନୁଆଁଖାଇ ପାଇଁ ନବାନ୍ନ ପ୍ରସ୍ତୁତ କରିଥାନ୍ତି l