ନୂଆଦିଲ୍ଲୀ : ସିବିଆଇ ନାମରେ ସାଂଘାତିକ ଅଭିଯୋଗ । ରାଫେଲ ଦୁର୍ନୀତିର ଯାଞ୍ଚ ନକରିବା ପାଇଁ ଦିଆଯାଇଥିଲା ଲାଞ୍ଚ । ରାଫେଲ ଡିଲରେ ହୋଇଥିବା ଲାଞ୍ଚ କାରବାରର ସମ୍ପୁର୍ଣ୍ଣ ତଥ୍ୟ ଉପଲବ୍ଧ ଥାଇ ମଧ୍ୟ ସିବିଆଇ ଯାଞ୍ଚ କରିବାରେ ବିଫଳ ହୋଇଥିଲା । ଅନଲାଇନ ସମ୍ବାଦପତ୍ର ମିଡିଆ ପାର୍ଟ ୫୯୦୦୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ନେଇ ଖୁଲାସା ହୋଇଥିଲା । ରିପୋର୍ଟ ଅନୁସାରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖାରେ ସୁଶେନ ଗୁପ୍ତା ଲଞ୍ଚ ନେବାର ପ୍ରମାଣ ଥିବା ସ୍ୱତ୍ତେ ବି ଯାଞ୍ଚ ପକ୍ରିୟାକୁ ଆଗକୁ ବଢିନଥିଲା ।