କରୋନାର ନୂଆ ଭାରିଆଣ୍ଟ ପାଇଁ ନୁଆ ଗାଇଡଲାଇନ

ଭୁବନେଶ୍ୱର: ନୂଆ କରୋନା ଭାରିଆଣ୍ଟ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ସରକାର ଜାରିକଲେ ନୂଆ ଗାଇଡଲାଇନ । ସ୍କୁଲ, କଲେଜରେ ସଂକ୍ରମଣ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ ରହିବ କଡା ନଜର । ବିମାନବନ୍ଦରରେ କରୋନା ଟେଷ୍ଟିଂ ହେବା ସହ ସଂକ୍ରମିତ ମାନଙ୍କୁ ୧୦ ଦିନ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ସ୍ୱାସ୍ଥ୍ୟବିଭାଗ ଜିଲ୍ଲାପାଳ , ସିଡିଏମଓ ଏବଂ ମହାନଗର ନିଗମକୁ ଚିଠି କରିଛନ୍ତି । ଅଧିକ ସଂକ୍ରମିତ ଚିହ୍ନଟ ହେବା ଅଞ୍ଚଳକୁ ସିଲ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ରାଜ୍ୟବାସୀଙ୍କ ସତକର୍ତାରେ ତୃତୀୟ ଲହରକୁ ଏଡା ଯାଇପାରିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।
ବର୍ତମାନ ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକଳୀନ ପରିସ୍ଥିତି । ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ବ୍ୟାପକ ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ବଢିଛି ବୋଲି କହିଛନ୍ତି ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ । ଆସନ୍ତାବର୍ଷ ଜାନୁଆରୀ ୧୫ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବାସହ ଟିକାକରଣ ପ୍ରକ୍ରୀୟାକୁ ଗୁରୁତ୍ୱ ଦିଆଯାଇଛି । ଦକ୍ଷିଣ ଆଫ୍ରିକାରେ ନୂଆ ଭାଇରସ ‘ଓମିକ୍ରୋନ’ ଠାବ ହେଲା ପରେ ଆମେରିକା , ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର କଟକଣା ଜାରି କରିଛନ୍ତି ।