ଯୌନ ଶୋଷଣର ଶିକାର ହୋଇଥିଲେ କିଟ୍ର ନେପାଳୀ ଛାତ୍ରୀ : ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର: କିଟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।  ଘଟଣା ଘଟିବାର ୧୧ ମାସ ପୂର୍ବରୁ ଏ ନେଇ କିଟ୍ର କର୍ତ୍ତୃପକ୍ଷଙ୍କ ପାଖରେ କରିଥିଲେ ଅଭିଯୋଗ । ମାର୍ଚ୍ଚ ୧୨. ୨୦୨୪ ରେ ମୃତ ଛାତ୍ରୀ ଯୌନ ଶୋଷଣ ର ଆଣିଥିଲେ ଅଭିଯୋଗ । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ତଦନ୍ତ ଜାରି ରଖିଛନ୍ତି । ୟୁଜିସି ଗାଇଡ଼ ଲାଇନ ଅନୁଯାୟୀ କୀଟ ବିଶ୍ୱ ବିଦ୍ୟାଳୟ ଇନଟରନାଲ କମିଟି ଗଠନ କରିଛି ।  ଅନ୍ୟପଟେ କୀଟ ବିଶ୍ୱ ବିଦ୍ୟାଳୟ ରେ କେତେ ଅବସର ପ୍ରାପ୍ତ ଆଇଇଏସ୍, ଆଇପିଏସ୍ , ଓଏସ୍ ଓ ଓପିଏସ୍ ଚାକିରୀ କରିଥିବା ନେଇ ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ ପ୍ରଶ୍ନ ରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।