ଜଗତସିଂହପୁର:- ଜଗତସିଂହପୁରରେ ପୁଣି ଲଜ୍ଜା। ଜଗତସିଂହପୁର ଜିଲ୍ଲା ଏରସମା ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ୧୭ବର୍ଷୀୟା ନାବାଳିକାକୁ ପଡୋଶୀ କଲା ଦୁଷ୍କର୍ମ। ଏନେଇ ଥାନାରେ ପିଡୀତା ଅଭିଯୋଗ କରିବାପରେ ଅଭିଯୁକ୍ତ ପଡୋଶୀକୁ ଥାନାରେ ଅଟକ ରଖିଛି ପୋଲିସ। ପିଡୀତାଙ୍କ ଡାକ୍ତରୀ ମାଇନା ପରେ କରାଯିବ ବୟାନ ରେକର୍ଡ଼।

ସୂଚନା ମୁତାବକ ପୀଡିତ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘର ପାଖରେ ଥିବା ଏକ ବିବାହିତ ଯୁବକ ନାବାଳିକାଙ୍କ ଘରେ ପଶି ତାଙ୍କ ସହିତ ଯବରଦସ୍ତ ଦୁଷ୍କର୍ମ କରିଥିଲା। ନାବାଳିକାର ଚିତ୍କାର ଶୁଣି ତାଙ୍କ ପଡୋସୀ ମାନେ ଆସିବାରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଏନେଇ ପିଡୀତା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ। ଆଜି ନାବାଳିକାର ଡାକ୍ତରୀମାଇନା ସହିତ ବୟାନ ରେକର୍ଡ କରାଯିବ।
