ନିଟର ଚାପ ପାଇଁ ନେଲେ ଚରମ ପଦକ୍ଷେପ

0

ଜୟପୁର: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଏହି ଛାତ୍ରଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଘର ବିହାରର ଛାପ୍ରାରେ । ସେ ତାଙ୍କ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି ।

ତେବେ ମଙ୍ଗଳବାର ସକାଳେ ଛାତ୍ର ଜଣକ ତାଙ୍କ ହଷ୍ଟେଲ ରୁମ୍ ସିଲିଂ ଫ୍ୟାନ୍‌ରେ ଝୁଲି ପଡିଥିଲେ । ଛାତ୍ରଙ୍କ ରୁମ୍‌ରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଯେଉଁ ଥିରେ ଲେଖାଅଛି ନିଟର ଚାପ କିମବା ପାଇଁ ସେ ଆତ୍ମହତ୍ୟା କରିଛନ୍ତି ଏଥିପାଇଁ କୌଣସି ବ୍ୟକ୍ତି କି ମୋ ପରିବାରର କେହି ଦାୟୀ ନୁହନ୍ତି । ପୋଲିସ ତଥ୍ୟ ଅନୁଯାୟୀ କୋଟାରେ ୨୦୨୨ରେ ୧୫, ୨୦୧୯ରେ ୧୮, ୨୦୧୮ରେ ୨୦, ୨୦୧୭ରେ ୭, ୨୦୧୬ରେ ୧୭ ଏବଂ ୨୦୧୫ରେ ୧୮ ଜଣ ଆତ୍ମହତ୍ୟା କରିଥିଲେ । କରୋନା ମହାମାରୀ ପାଇଁ ୨୦୧୯ ଏବଂ ୨୦୨୦ରେ କୋଚିଂ ଅନୁଷ୍ଠାନ ବନ୍ଦ ରହିଥିବାରୁ ଏହି ୨ ବର୍ଷରେ କୌଣସି ଛାତ୍ର ଆତ୍ମହତ୍ୟା କରିନାହାନ୍ତି । କୋଟାରେ ଚଳିତ ବର୍ଷ ଛାତ୍ର ଆତ୍ମହତ୍ୟା ସଂଖ୍ୟା ୧୨ରେ ପହଞ୍ଚିଛି ।