ବାତ୍ୟା ପାଇଁ ପ୍ରସ୍ତୁତ NDRF ଟିମ 

କଟକ: ଆସୁଛି ବାତ୍ୟା ‘ଜୱାଦ’ । ରବିବାର ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ । ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି ପ୍ରଶାସନ । ପରିସ୍ଥିତିର ମୁକାବିଲା ପାଇଁ ରେଡି ତୟାର ଅଛନ୍ତି ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଆଉ NDRF ଟିମ । ଗଞ୍ଜାମ, ଗଜପତି ଏବଂ ଖୋର୍ଦ୍ଧା ଭଳି ଉପକୂଳ ଜିଲ୍ଳାରେ ଏହି ଟିମମାନଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ମଧ୍ୟ ମୁତୟନ ହୋଇଛନ୍ତି NDRF ଟିମ । ଏ ନେଇ ସୂଚନା ଦେଇଛନ୍ତି NDRFର ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।