ଏନଡିଏ ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା

(ଆଦର୍ଶ ରାଉତ): ଚଳିତମାସ ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂସଦ ଆରମ୍ଭ ହେବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି । ୧୪ ତାରିଖ ଦିନ ସଂସଦରେ ଉପସ୍ଥିତ ହେବାକୁ ବିଜେପି ଏହାର ସମସ୍ତ ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି କରିଛି । ଆଜି ଏନଡିଏ ପ୍ରାର୍ଥୀ ଭାବେ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେପ୍ଟେମ୍ବର ୧୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯିବ । ୧୪ ତାରିଖ ଅପରାହ୍ନରେ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି ।