(ଜନ୍ତର ମନ୍ତର) : ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି ଜନ୍ତର ମନ୍ତରରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଦ୍ଧୁ ।
ଏହାକୁ ନେଇ ସେ ‘ଟୁଇଟର୍’ରେ ଫଟୋ ସେୟାର୍ ଲେଖିଛନ୍ତି ଯେ , ସମ୍ମାନ, ସତ୍ୟନିଷ୍ଠା ଏବଂ ପ୍ରତ୍ୟେକ ମହିଳାଙ୍କ ମର୍ଯ୍ୟାଦା ପାଇଁ ଏ ସଂଗ୍ରାମ। ‘ଡବ୍ଲୁଏଫ୍ଆଇ’ ମୁଖ୍ୟଙ୍କୁ ହାଜତରେ ଜେରା କରାଯାଉ । ବିଳମ୍ବ ଘଟଣାରେ ସନ୍ଦେହ କରି ସିଦ୍ଧୁ କହିଛନ୍ତି, କେଉଁଟା ଠିକ୍ ଜାଣି ମଧ୍ୟ ତାହା ନ କରିବା ହେଉଛି ସବୁଠୁ ବଡ଼ କାପୁରୁଷତା।
ଅନ୍ୟପଟେ , ଏଫ୍ଆଇଆର୍’ ଫାଇଲ୍ କରାଯିବାରେ ‘ଏଫ୍ଆଇଆର୍’କୁ ସର୍ବସାଧାରଣରେ ପ୍ରକାଶ ନ କରିବା କଥାରୁ ଜଣାପଡୁଛି ଯେ, ଏଥିରେ ଅଭିଯୋଗ ସାମାନ୍ୟ ଏବଂ ତାହା ଅଭିଯୋଗକାରୀଙ୍କ ପ୍ରମାଣ ସମ୍ବଳିତ ଅଭିଯୋଗ ନୁହେଁ। ସେମାନଙ୍କର ଉଦ୍ଦେଶ୍ୟ ସନ୍ଦେହଜନକ ମନେହେଉଥିବା ବେଳେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ସେମାନେ ଚାହୁଁଛନ୍ତି । ସେମାନେ କିଛି ଲୁଚାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।