ବିଧାୟକଙ୍କ କଙ୍ଗାରୁ କୋର୍ଟକୁ ନେଇ ମୁହଁ ଖୋଲିଲେ ଢାଲି

(ସରୋଜ ରାଉତ)ରିପୋର୍ଟସଟୁଡେ: ବିଧାୟକଙ୍କ କଙ୍ଗାରୁ କୋର୍ଟ । ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ । ନବନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠବସ କରାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏନେଇ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ସୋସିଆଲ ମିଡିଆରେ ଏମିତି ଅନେକ ମିଛ ଭିଡିଓ ଭାଇରାଲ ହେଉଛି । ମୁଁ ଏବିଷୟରେ କିଛି ଅବଗତ ନାହିଁ । ବ୍ୟକ୍ତିଗତ ଭାବେ କହିବାକୁ ଯାଉଛି ଯେ ଜଣେ ବିଧାୟକ ଭାବେ ଏପରି କରିବା ଅନୁଚିତ୍ । ଏମିତି ଯଦି କିଛି ହୋଇଥାଏ ମୁଖ୍ୟମନ୍ତ୍ରୀ ତର୍ଜମା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ।