ଭୁବନେଶ୍ୱର : ବହୁ ବାଦ ବିବାଦ ପରେ ପ୍ରତ୍ୟାହାର ହୋଇଛି ୩ କୃଷି ଆଇନ । ଏ ନେଇ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଦନ ଅବସରରେ ଘୋଷଣା କରିଛନ୍ତି । ଆଇନ ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Welcome Hon'ble PM @narendramodi ji’s decision to repeal all 3 #FarmLaws, in the best interests of the country and its farmers. Your farms and families have been waiting for long and they will be happy to welcome you back. @bjd_odisha continues to stand with the farmers.
— Naveen Patnaik (@Naveen_Odisha) November 19, 2021
ନବୀନ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ଘୋଷଣା କରିଛନ୍ତି । ଏହା ଦେଶ ଓ ଡେସ୍କର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଦିଷ୍ଟ । ଦେଶର ଚାଷୀ ଏହାକୁ ଅପେକ୍ଷା କରି ରହିଥିଲେ । ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ସହିତ ଅଛନ୍ତି । ଆଜି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଦେଶବାସୀକୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହି ଘୋଷଣା କରିଛନ୍ତି । ଗତ ଏକ ବର୍ଷ ଧରି ଦିଲ୍ଲୀ ସୀମାରେ କୃଷକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି । ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି ।