ଭୁବନେଶ୍ୱର: ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ । ଇଂରାଜୀ ଖବର କାଗଜର ଆଲେଖ୍ୟକୁ ନବୀନଙ୍କ ଖଣ୍ଡନ । ଇଂରାଜୀ ଖବର କାଗଜର ଅଲେଖ୍ୟକୁ ନବୀନଙ୍କ ଖଣ୍ଡନ । ଆଲେଖ୍ୟରେ ଥିବା ଲେଖା ସମ୍ପୂର୍ଣ୍ଣ ମିଛ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ତାଙ୍କ ପୂର୍ବ ବୟାନକୁ ମନେପକାଇଦେଲେ । ମିଷ୍ଟର ପାଣ୍ଡିଆନଙ୍କର ରାଜ୍ୟ ଓ ଦଳ ପାଇଁ ବହୁ ଅବଦାନ ରହିଛି । ଏଥିପାଇଁ ସେ ପରିଚିତ ଓ ସମ୍ମାନସ୍ପଦ ବୋଲି ପାଣ୍ଡିଆନଙ୍କ ପାଇଁ କହିଲେ ନବୀନ । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଆଲେଖ୍ୟ ଉପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିରୋଧୀଦଳ ନେତା । ତାଙ୍କ ଏକ୍ସ ହ୍ୟାଣ୍ଡଲରେ ରଖିଛନ୍ତି ନିଜ ପକ୍ଷ ।