ଭୁବନେଶ୍ୱର: ସରିଲା ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତାଭାବେ ନିର୍ବାଚିତ । ପ୍ରତାପ କେଶରୀ ଦେବ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ, ପ୍ରସନ୍ନ ଆଚାର୍ୟ୍ୟ ବିରୋଧୀ ଦଳ ଉପ-ନେତା ଏବଂ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ।
ତେବେ ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବରୋଧୀ ଆସନକୁ ଆସିଛି ବିଜେଡି । ଆଉ ଶାସକ ଦଳକୁ ଚେକ ଦେବାକୁ ଏବେ ପ୍ରସ୍ତୁତ ହେବ ରଣନୀତି । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ୱର ଉଠାଇବ ।