ଟାଲିଙ୍କୁ ବିଜେଡିରୁ ନିଲମ୍ବନ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାକ ଆଜି ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ୍ ବିଜେଡି ସଭାପତି ସେକ୍ ସଫିକଉଦ୍ଦିନ୍ (ଟାଲି)ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ଗତ ସାଧାରଣ ନିର୍ବାଚନ ସମୟରେ ଦଳ ବିରୋଧୀ ଗତିବିଧିର ଅଭିଯୋଗ ଆସିଥିଲା। ଏଥିନେଇ ନବୀନ ଏପରି କଠୋର ପଦକ୍ଷେପ ନେଇଛନ୍ତି ।