ଗଞ୍ଜେଇ ଜବତ, ଜଣେ ଗିଫର

ଢେଙ୍କାନାଳ, ୧୪/୦୫ : ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନାଉକିଆରୀ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉରେ ନାଉକିଆରୀ ଗ୍ରାମର ରିଙ୍କୁ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ରିଙ୍କୁଙ୍କ ଘରୁ ୫୦କେଜିର ଦୁଇ ବସ୍ତା ଗଞ୍ଜାଇ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ୱାର୍ଡ । ଏହି ଗଞ୍ଜାଇ ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସି ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିବାବେଳେ ଗିରଫ ରିଙ୍କୁ ସାହୁଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ଅବକାରୀ ନିରୀକ୍ଷକ ।