ସ୍ୱାଭାବିକ ଭାବେ ସହରର ବିଭିନ୍ନ ସ୍ଥାନରେ ଖୋଲିଛ ଅଣ୍ଡା ଦୋକାନ

ବୌଦ୍ଧ: ଖୋଲିଲା ବୌଦ୍ଧ ଜିଲ୍ଲାରେ ଅଣ୍ଡା ଦୋକାନ । ସ୍ୱାଭାବିକ ଭାବେ ସହରର ବିଭିନ୍ନ ସ୍ଥାନରେ ଅଣ୍ଡା ଦୋକାନ ଖୋଲିଛି । ଗତକାଲି ସହରର ସବୁ ଅଣ୍ଡା ଦୋକାନ ବନ୍ଦ କରିଦିଆଯାଇଥିଲା । ଗତକାଲି ୫ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଣ୍ଡା ଦୋକାନ ଗୁଡିକୁ ବନ୍ଦ କରିବା ଲାଗି ପ୍ରଶାଦନ ନିର୍ଦ୍ଦେଶ ଦେଇଥିଲା । ୫ଟି ସଚିବ ଗସ୍ତ ପାଇଁ ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଥିବା କୁହାଯାଇଛି । ବୌଦ୍ଧ ଜିଳ୍ଲା ଗସ୍ତ ବେଳେ ଫାଇଭ-ଟି ସଚିବଙ୍କ ଗାଡ଼ି ଉପରେ ଆଣ୍ଡ ମାଡ଼ ଭଳି ଘଟଣା ସାମ୍ନାକୁ ଆସିଥିଲା । କଂଗ୍ରେସ କର୍ମୀମାନେ ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଥିଲା । ବୌଦ୍ଧ ଗସ୍ତ ପୂର୍ବରୁ ସୋନପୁର ଗସ୍ତରେ ଥିଲେ ଫାଇଭ-ଟି ସଚିବ, ସେଠି ମଧ୍ୟ ଆପ୍ କର୍ମକର୍ତ୍ତା ମାନେ ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରିଥିଲେ ବୋଲି କୁହାଯାଉଛି ।