ଭୁବନେଶ୍ୱର:- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସିବେ । ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ ମୋହନ ଭାଗବତ । ଡ. ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି । ସେ ୧୩ ତାରିଖ ଦିନ ଭୁବନେଶ୍ଵରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦ୍ବୋଧନ ଦେବେ । ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ଓ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟକରି ଭୁବନେଶ୍ଵର ଫେରି ଆସିବେ । ଏହାପରେ ୧୫ ତାରିଖ ଦିନ ଡ.ଭାଗବତ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।